ମଦ ବିରୋଧ ରେ argus tv ରେ ସମୀକ୍ଷା ସିଧା ପ୍ରସାରଣ
ଆମେ ୯ ଜଣ ଏବେ ଖାରବେଳ ନଗର ଥାନାରେ preventive arrest ହେବା ପରେ ଏବେ IIC Sj. Rajanikanta Mishra ଙ୍କ ହିଫାଜତରେ. ଦିନ ୨ଟା ପରେ ମୁଖ୍ଯ ମନ୍ତ୍ରୀ ସଭାସ୍ଥଳରୁ ଯିବା ଉପରାନ୍ତ ଆମମାନଙ୍କୁ ଖାରବେଳ ନଗର ପୋଲିସ୍ ଷ୍ଟେସନ୍ ରୁ ମୁକ୍ତ କରାଗଲା।- ମଳୟ ତ୍ରିପାଠୀ
ଓଡ଼ିଶାର ଅନନ୍ୟ ଜନନେତା ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ବହୁ ଯୁଗାନ୍ତକାରୀ ଆଇନ କାର୍ଯ୍ୟକାରୀ ହୋଇଥିଲା । ସେହି ଆଇନ ମଧ୍ୟରୁ ଓଡ଼ିଶା ନିଶା ନିବାରଣ ଆଇନକୁ ପରବର୍ତୀ ସମୟର ସରକାର କାର୍ଯ୍ୟକାରୀ କଲେ ନାହିଁ । ସେ ସମୟରେ ଅଫିମ, ଗଞ୍ଜେଇ ଆଦି ନିଶା ଅଧ୍ବକ ପ୍ରଚଳନ ଥିଲା । ବିଦେଶୀ ମଦ ରାଜ୍ୟ ୭ଟି ଜିଲ୍ଲା ହେଡ୍ କ୍ୱାର୍ଟର ହିଁ ଥୁଲ, ଆଉ ଖଜୁରୀ ମଦ ଭଳି ଦେଶୀ ମଦର ଦୋକାନ ୧୦୦ଟି ମଧ୍ଯରେ ଥିଲା । ଏହାଛଡ଼ା ୧୦୦ଟି ଗଞ୍ଜେଇ, ଅଫିମ ଦୋକାନ ଥିଲା । ତାଙ୍କ ମନ୍ତ୍ରୀତ୍ଵ କାଳ ପରେ ସରକାର ଦେଶୀ ଓ ବିଶେଷ ଭାବରେ ବିଦେଶୀ ମଦ ଦୋକାନକୁ ଅଧିକରୁ ଅଧିକ ଲାଇସେନ୍ସ ଦେଲେ । ଏବର ସରକାରଙ୍କ ୨୩ବର୍ଷ ଶାସନ କାଳରେ ଅବକାରୀ ଆୟ ୧୦୦ ଗୁଣରୁ ଅଧୁକ ବଢିବାରେ ଲାଗିଛି ।
ଏହି ସରକାରଙ୍କ ଅମଳରେ ନାନା ଉନ୍ନତିମୂଳକ କାମ ହେଉଛି ଓ ମହିଳାମାନଙ୍କ ସଶକ୍ତିକରଣ ଏବଂ ଆଦିବାସୀ ହରିଜନଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ନିଆଯାଉଛି । କିନ୍ତୁ ମଦର ବନ୍ୟାରେ ସେସବୁ କାମର ସୁଫଳ ଧୋଇ ହୋଇଯାଉଛି । ଏହି ବିପଦରୁ ରକ୍ଷା ପାଇବା ଲାଗି ଆମେ ପ୍ରାୟ ୭ ଲକ୍ଷ ଲୋକଙ୍କ ଆବେଦନ ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦେଇଛୁ । ତାଙ୍କୁ ନବୀନ ନିବାସରେ ସାକ୍ଷାତ କରି ୧୯୫୭ ମସିହାରୁ ପଡ଼ି ରହିଥିବା ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଅନୁରୋଧ କରିଛୁ । ହଁ, ମୁଁ ଦେଖୁବି କହି ସେ ଦିଗରେ କିଛି ତ କଲେ ନାହିଁ, କିନ୍ତୁ ବର୍ଷକୁ ବର୍ଷ ମଦ ଦୋକାନ ବଢାଇ ବଢାଇ ଗଲିଲେ । ଚଳିତବର୍ଷ ଏ ଦିଗରେ ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।
କିଛି ମାସ ପରେ ସାଧାରଣ ନିର୍ବାଚନ ହେବ । ଏହା ପୂର୍ବରୁ ମଦମୁକ୍ତ ଓଡ଼ିଶା ଅଭିଯାନ ଆହୁରି ଜୋରଦାର ହେବା ଦରକାର । ସରକାର ଏବେ ପ୍ରତିଦିନ ନାନା ଅଞ୍ଚଳ ଓ ନାନା ବର୍ଗର ଲୋକଙ୍କ ଲାଗି ନୂଆ ନୂଆ ଯୋଜନାର ଶୁଭାରମ୍ଭ କରୁଛନ୍ତି । ସେସବୁର ଯେତିକି ଆମର ମଙ୍ଗଳ ହେବ ତହିଁରେ ବହୁ ଗୁଣ କ୍ଷତି ମଦ ଯୋଗୁ ହେଉଛି । ଏତିକି କଥା ଲୋକଙ୍କୁ ଭଲ ଭାବରେ ବୁଝାଇବା ଦରକାର । ନେତାମାନଙ୍କର ଭୋଟରଙ୍କୁ ଡ଼ର । ଦେଶର ସେହି ମାଲିକମାନେ ସେମାନଙ୍କ ସେବକ-ନେତାମାନଙ୍କୁ ମୁହେଁ ମୁହେଁ କହୁଛନ୍ତି, ଅନ୍ୟ ଯାହା ହେଉ ନହେଉ, ରାଜ୍ୟ ମଦମୁକ୍ତ ହେଉ; ନହେଲେ ଭୋଟ ମିଳିବ ନାହିଁ । ଏଥପାଇଁ ବ୍ୟାପକ ଜନ ସଚେତନତା ଦରକାର । ସେହି ଉଦ୍ଦେଶ୍ୟରେ ଆଗାମୀ ନଭେମ୍ବର ୨୩ ତାରଖ ମହାସମାବେଶର ଆୟୋଜନ । ଆପଣ ଏହାକୁ ସଫଳ କରିବା ଲାଗି ସମୟ ଓ ଅର୍ଥ ଦିଅନ୍ତୁ ।